ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହେଲେନ୍ କେଲର୍ ଦିବସ ପାଳିତ।

ଢେଙ୍କାନାଳ,(ଧନୁଷ ଏକ୍ସପ୍ରେସ):
ଢେ଼ଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ଓ ଅଲ୍ଲୀ ୟବର ଜଙ୍ଗ ଜାତୀୟ ମୁକ ଏବଂ ବଧିର ଦିବ୍ୟାଙ୍ଗଜନ ଅନୁଷ୍ଠାନର  ମିଳିତ ସହଯୋଗରେ ହେଲେନ୍ କେଲର୍ ଦିବସ ଗୁରୁବାର, ୨୬ ଜୁନ୍ ୨୦୨୫ ଅପରାହ୍ନ ୨ଘଟିକାରେ  ନୂଆ ପାଠାଗାରଠାରେ ଉତ୍ସାହ ଓ ଗମ୍ଭୀରତାର ସହ ପାଳିତ ହୋଇଯାଇଛି।
ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ରବଟ୍ ଉଇଲସନ୍ ଭାତ୍ରା ଅତିଥି ପରିଚୟ ଦେବା ସହ ଏହି ଦିବସର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର୍ ଡ଼. ପୂର୍ଣ୍ଣଚନ୍ଦ୍ର ବରାଳ ସ୍ୱାଗତ ଭାଷଣ ଦେବା ସହ  ହେଲେନ୍ କେଲରଙ୍କ ଦୃଢ଼ ଆତ୍ମବଳ ଓ ତାଙ୍କର ସାମାଜିକ ଦୃଷ୍ଟିକୋଣ ବିଷୟରେ ଗଭୀର ଆଲୋଚନା କରିଥିଲେ।

ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ଼. ଦେବାଶିଷ ମହାନ୍ତି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ।
ଆମନ୍ତ୍ରିତ ଅତିଥି  ଭାବେ ଭାଷା ପ୍ରଶିକ୍ଷିକା ଅଳକା ନନ୍ଦା ଯୋଶୀ ହେଲେନ୍ କେଲରଙ୍କ ଜୀବନ ଓ ଅଭିଜ୍ଞତା ବିଷୟରେ ଏକ ଦାର୍ଶନିକ ଓ ମାନବିକ ବକ୍ତବ୍ୟ ରଖିଥିଲେ। ପ୍ରଶିକ୍ଷକ ଦିଲ୍ଲୀପ କୁମାର ପଟେଲ ସାଇନ୍ ଭାଷା ଓ ତାହାର ଗୁରୁତ୍ୱ ବିଷୟରେ ପ୍ରେରଣାଦାୟକ ବକ୍ତବ୍ୟ ଦେଇଥିଲେ। ସାଇନ୍ ଭାଷାର ଅନ୍ୟତମ ପ୍ରଶିକ୍ଷିକା ଅଭିଲିପ୍ସା ପ୍ରଧାନ ଏହି ଭାଷା ସମର୍କରେ ଧାରଣା ଓ ତାହାର ସାମାଜିକ ଦକ୍ଷତା ବିଷୟରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ହେଲେନ୍ କେଲରଙ୍କ ଜୀବନ ଓ ଦୃଢ଼ ଇଚ୍ଛାଶକ୍ତି ବିଷୟରେ ଆଲୋଚନା କରି ସମାଜରେ ସମାନ ଅବସର ଓ ସମାବେଶୀତା ଗଠନ ପାଇଁ ଯୁବପିଢିଙ୍କୁ ଅନୁପ୍ରେରଣା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ  ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ଓ ଢେଙ୍କାନାଳ ସନ୍ଧ୍ୟା ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀ, ଓ ଏନ. ଏସ୍.ଏସ୍. ସ୍ୱେଚ୍ଛାଚାରୀ ଅଂଶଗ୍ରହଣ କରିଥିଲେ।

ଶୁଭମ ପାଣି, ଢେଙ୍କାନାଳ ବ୍ୟୁରୋ 
ଧନୁଷ ଏକ୍ସପ୍ରେସ 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।