ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସୁଲୋଚନା ରାଉତ ଙ୍କୁ ଅବସର କାଳୀନ ସମ୍ବୋର୍ଦ୍ଧନା।
ବଡମ୍ବା (ଧନୁଷ ଏକ୍ସପ୍ରେସ):କଟକ ବଡମ୍ବା ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ବଡମ୍ବା ସେକ୍ଟର ର ଶ୍ରୀମତୀ ସୁଲୋଚନା ରାଉତ ଙ୍କୁ ଅବସର କାଳୀନ ବିଦାୟ ସବୋର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଭଟ୍ଟାରିକା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି।
ପ୍ରଥମେ ଶ୍ରୀମତୀ ରାଉତ ଙ୍କୁ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ପରେ ତାଙ୍କ ନିଷ୍ଠାପର କାର୍ଯ୍ୟ ଉପରେ ସମସ୍ତ ଅଧିକାରୀ ନିଜ ନିଜର ଅଭ୍ୟର୍ଥନା ଜ୍ଞାପନ କରିଥିଲେ।ଏହି ସମ୍ବୋର୍ଦ୍ଧନ କାର୍ଯକ୍ରମ ରେ ମେଡିକାଲ ସୁପରଟେଣ୍ଡ ଡ. ଉଦୟୟୋତି ମଲ୍ଲିକ, ସେକ୍ଟର MO ଡ.ଦୋଳଗୋବିନ୍ଦ ଜେନା, CP ନୋଡାଲ ଅଫିସର ଡ.ଉଦୟ ରଞ୍ଜନ ଦାଶ, PHEO ଶରତ ଚନ୍ଦ୍ର ଖୁଣ୍ଟିଆ MPHS(M)ନିରଞ୍ଜନ ନାୟକ ଙ୍କ ସମେତ ବଡମ୍ବା ସେକ୍ଟର ସମସ୍ତ CHO, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ।
ଶ୍ରୀମତୀ ରାଉତ ଜଣେ ମେଲାପୀ, ମିତ୍ର ଭାସୀ ରୂପେ ବଡମ୍ବା ସେକ୍ଟର ରେ ନିଜର କାର୍ଯ୍ୟ ସୁଚାରୁରୂପେ କରିଆସୁଥିଲେ। ଉପସ୍ଥିତ ସମସ୍ତ ଅଧିକାରୀ ଶ୍ରୀମତୀ ରାଉତ ଙ୍କ ଅବସର ରେ ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜ୍ଞାପନ କରିଥିଲେ।
ସୁଧାଂଶୁ ରଞ୍ଜନ ଶତପଥୀ, ବ୍ୟୁରୋ ଚିଫ
ଧନୁଷ ଏକ୍ସପ୍ରେସ
Comments
Post a Comment