ଛେଳାଗଡ ଓ ଡାବରାଗୁଡା ପଞ୍ଚାୟତ ନେଟଓ୍ବର୍କ ସାମସ୍ୟା ନେଇ ରାସ୍ତା ରୋକ ୧୭ ବଦଳରେ ୨୪ ହେବ ।

ଗଜପତି : ବୁଧବାର ୧୧.୩୦ ସମୟରେ ଛେଳାଗଡ ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ର ବୈଠକ ଗୃହଠାରେ ଏକ ଜରୁରୀ କାଳୀନ  ବୈଠକ ଅନୁଷ୍ଠିତ କରାଯାଇଥିଲା । ଉକ୍ତ ବୈଠକଟି ସ୍ଥାନୀୟ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ସୁମତା ରଇତଙ୍କ ନେତୃତ୍ବରେ ବୈଠକ କରାଯାଇଥିଲା ।

 ଉକ୍ତ ବୈଠକର ପ୍ରାମ୍ଭରୁ ବାଲେଶ୍ବର ଫକୀର  ମହୋନ ସ୍ବୟଂଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ୍ ଛାତ୍ରୀ ଶୁଶ୍ରୀ ସୌମ୍ୟଶ୍ରୀଙ୍କ ଆତାମର ସଦଗତି ନିମନ୍ତେ ୨ମିନିଟ୍ ଶୋକ ପ୍ରାର୍ଥନା କରାଯାଇ ବୈଠକଟିକୁ ଆରମ୍ଭ କରାଯାଇଥିଲା । ଉକ୍ତ ବୈଠକରେ ଗତ ୧୨.୦୭.୦୨୫ ରିଖ ଦିନ କରାଯାଇଥିବା ପୂର୍ବ ବୈଠକର ବିବରଣି ପାଠ କରାଯାଇଥିଲା । ଏହାପରେ ଆମ ଛେଳାଗଡ ଓ ଡାବରଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଯେଉଁ BSNL ଟାଓ୍ବାର ନିମନ୍ତେ ୩୨୬ (ଏ) ପପାରଳାଖେମଣ୍ଡି ରୁ ବ୍ରହ୍ମପୁର ମୁଖ୍ୟ ରାଜରାସ୍ତା ସଂଯୋଗ କରୁଥିବା ରାଜପଥକୁ ଅବରୋଧ କରିବା ନିମନ୍ତେ ନିଷ୍ପତି ନିଆଯାଇଥିଲା ତାହା ଆସନ୍ତା ତା; ୧୭.୦୭.୦୨୫ ରିଖ ଦିନ ଓଡିଶା ବନ୍ଦ ଡାକରା ଦେଇଥିବାରୁ ତାହା ଆସନ୍ତା ୧୭.୭.୦୨୫ ତାରିଖ ବଦଳରେ ଆସନ୍ତା ୨୪.୭.୦୨୫ ତାରିଖ ଗୁରୁବାର ଦିନ ଆମ ତିନିଗୋଟି ଗ୍ରାମ ପଞ୍ଚାୟତର ଜଜନସାଧାରଣ ରାଜରାସ୍ତାକୁ ଓଲ୍ଲାଇବା ନିମନ୍ତେ କମିଟି ମାଧ୍ୟମରେ ନିଷ୍ପତି ନିଆଗଲା । ଉକ୍ତ ବୈଠକରେ ବିଶିଷ୍ଟ ସମାଜ ଶେବି ଜଗବନ୍ଧୁ ଦାଶ, ଗ୍ରାମ ମୁଖିଆ ଜଗନ୍ନାଥ ରଣଜିତ୍, କୈଳାଶ ଚନ୍ଦ୍ର ପାତ୍ର ଓ ପ୍ରତେକ ଓ୍ବାର୍ଡ ସଭ୍ୟ/ ସଭ୍ୟା ବୃଦ୍ଧିଜୀବୀ ମାନଙ୍କ ଉପସ୍ଥିତରେ ଆଜିର ଏହି ବୈଠକରେ ନିପତି ନିରାଯାଇଥିଲା । 

ମନୋଜ କୁମାର ପାଢୀ, ଗଜପତି 
ଧନୁଷ ଏକ୍ସପ୍ରେସ 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେ ଏମ ଭାଲିଆସାହିରେ ୨ୟ ପର୍ଯ୍ୟାୟ ନିଷ୍ଠା ତାଲିମ ପରିସମାପ୍ତ।