ଚମ୍ପେଇଦ୍ୱାର ଗଡା଼ପୋଖରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ପାଳିତ।
ଧନୁଷ ଏକ୍ସପ୍ରେସ(ସୁଧାଂଶୁ ରଞ୍ଜନ ଶତପଥୀ):କଟକ ବଡମ୍ବା ମଣ୍ଡଳ ଅନ୍ତର୍ଗତ ରଗଡ଼ିପଡ଼ା ନୋଡାଲ କ୍ଲଷ୍ଟର ଉଚ୍ଚ ବିଦ୍ୟାଳୟର ଚମ୍ପେଇଦ୍ୱାର ଗଡା଼ପୋଖରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵlବଧାନରେ ରଗଡ଼ିପଡ଼ା କ୍ଲଷ୍ଟରର ସାଧନ କେନ୍ଦ୍ର ସଂଯୋଜକ ସୁର ସୁନ୍ଦର ଶତପଥୀଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଏବଂ ଛାତ୍ର ଛାତ୍ରୀମାନେ ସଚେତନତା ରାଲି ସହ ଦୁଇ ଗ୍ରାମ ପରିକ୍ରମା କରିଥିଲେ l ପରେ ପରେ ଗଣଶିକ୍ଷା ବିଭାଗ ତରଫରୁ ଯୋଜନା କରାଯାଇଥିବା ବୈଠକରେ ସଂଯୋଜକଙ୍କ ସହ ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ l
କାର୍ଯ୍ୟସୂଚୀ ଅନୁସାରେ ୫ ରୁ ୧୮ ବର୍ଷ ପିଲାମାନେ କେହି ଜଣେ ଘରେ ନରହି ସମସ୍ତେ ସଂଲଗ୍ନ ବିଦ୍ୟାଳୟ କିମ୍ବା ଆଖ ପାଖ ବିଦ୍ୟାଳୟ କିମ୍ବା ଅନ୍ୟ ଅନୁଷ୍ଠାନରେ ପଢିବା ପାଇଁ ଆଗ୍ରହ କରାଯାଇଥିଲା l ଝିଅ ପିଲାମାନଙ୍କ ସୁରକ୍ଷା ପାଇଁ ଆତ୍ମରକ୍ଷା କୌଶଳ ଟ୍ରେନିଂ ସହ ନିରାପତ୍ତା ପାଇଁ ଟୋଲ ଫ୍ରୀ ନମ୍ବର ମଧ୍ୟ ବିଦ୍ୟାଳୟରେ ରହିବ ବୋଲି ସଂଯୋଜକ କହିଥିଲେ l ବିଦ୍ୟାଳୟ ପରିସର ପରିଷ୍କାର ପରିଛନ୍ନ ସହ ଉତ୍ତମ ବାତାବରଣ ପାଇଁ ଆଲୋଚନା କରାଯାଇଥିଲା ଳ
ଏକ ପେଡ ମା କା ନାମ(ଗୋଟିଏ ଗଛ ମା'ଙ୍କ ପାଇଁ) କଥା ସମସଙ୍କୁ କୁହାଯାଇଥିଲା ଏବଂ ଗଛ ଲଗାଇବା ସହ ତାର ରକ୍ଷଣା ବେକ୍ଷଣା ପାଇଁ ମଧ୍ୟ ସଚେତନତା କରାଯାଇଥିଲା l ସବୁଦିନ ବିଦ୍ୟାଳୟକୁ ପରିଷ୍କାର ପରିଚ୍ଛନ୍ନତାର ସହ ପିଲାମାନଙ୍କୁ ଛାଡିବା ସହିତ ପାଠପଢାକୁ ଘରେ ଦେଖିବାପାଇଁ ଅଭିଭାବକ ମାନଙ୍କୁ ଆଗ୍ରହ କରାଯାଇଥିଲା l ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଵାଣିଶ୍ରୀ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ଆଲୋଚନା ସହ ଆଗାମୀ ଦିନରେ ପୋଷାକ ବାବଦକୁ ୨ ହଳ ୟୁନିଫର୍ମ ସହ ହଳେ ରଙ୍ଗୀନ ପୋଷାକ, ଜୋତା,ମୋଜା,ଟୋପି ଓ ପରିଚୟ ପତ୍ର ଦିଆଯିବ କଥା ମଧ୍ୟ ଆଲୋଚନା କରାଯାଇଥିଲା l ବିଦ୍ୟାଳୟର ପରିଚାଳନା ସମିତିର ସଭ୍ୟ,ସଭ୍ୟା, ଅଙ୍ଗନବାଡି କର୍ମୀ,ଆଶାକର୍ମୀଙ୍କ ସହ ଶିକ୍ଷୟିତ୍ରୀ ଶାନ୍ତିଲତା ନାଏକ,ଅନିତା ନାଏକ,ହରପ୍ରିୟା ସାହୁ, ଶୁଭଲକ୍ଷ୍ମୀ ବେହେରା ଶିକ୍ଷକ ବିଜୟ କୁମାର ନାଏକ, ଅକ୍ଷୟ କୁମାର ନାଏକ ଉପସ୍ଥିତ ଥିଲେ l ସର୍ବଶେଷରେ ବରିଷ୍ଠ ଶିକ୍ଷକ ସତୀଶ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l
Comments
Post a Comment