ଗୁଣି ସନ୍ଦେହ କରି ହତ୍ୟା ଘଟଣାରେ: ଆଉ ଜଣେ ଗିରଫ ।
ଧନୁଷ ଏକ୍ସପ୍ରେସ,ଗଜପତି :୧୮/୮(ମନୋଜ ପାଢୀ)ଗଜପତି ଜିଲ୍ଲା ମୋହନା ଥାନା କୁସୁମପୁର ଗାଁରେ ଗୁଣି ସନ୍ଦେହରେ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ହେଲେ ଅଣ୍ଡିରାଗଡ଼ ଗାଁର ମାର୍କଣ୍ଡ ପାଇକ (୩୫) ଏହି ଘଟଣାରେ ବର୍ତ୍ତମାନ ଗିରଫଙ୍କ ସଂଖ୍ୟା ୧୦ କୁ ବୃଦ୍ଧି ପାଇଛି । ପୂର୍ବରୁ, ୯ ଜଣ ଗିରଫ ହୋଇଥିଲେ । ବର୍ତ୍ତମାନ ଏହି ଜଣେ ଗିରଫ ହେବା ପରେ କୋର୍ଟ କରାଯାଇଛି। ଏହି ହତ୍ୟା ଘଟଣାରେ ଆଉ କିଛି ଅଭିଯୁକ୍ତ ମଧ୍ୟ ରହିଛନ୍ତି। ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରି ଅଧୂକାରୀ ତଥା ଚନ୍ଦ୍ରଗିରି ଫାଣ୍ଡି ଅଧୂକାରୀ ସୁନୀଲ ସେଠୀ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଗତ ୭ ତାରିଖ ରୁଣାକର ଦିନ କମଳାପୁର ଗାଁର କରୁଣା କର ଦଳାଇଙ୍କୁ ଗୁଣି ସନ୍ଦେହରେ କୁସୁମପୁର ଗାଁରେ ହତ୍ୟା କରି ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଜଙ୍ଗଲରେ ପୋତି ଦେଇଥିଲେ । ପୋତା ଯାଇଥିବା ସ୍ଥାନରେ ମାଟି ଖୋଳି କରୁଣାକର ଙ୍କ ମୃତଦେହ ଜବତ କରିବା ସହ ସେହି ସମୟରେ କୁସୁମପୁର ଗାଁରୁ ୯ ଜଣଙ୍କୁ ପୋଲିସ ଗିରଫ କରି କୋୖର୍ଟଚାଲାଣ କରିଥିଲେ . l
Comments
Post a Comment