ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତକାରୀ ଅଧିକାରୀ ଭାବେ ଥିବା ଅତିରିକ୍ତ ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଉଖମା ଗ୍ରାମବାସୀଙ୍କ ଦାବୀ।

ଢେଙ୍କାନାଳ :କିଛିଦିନ ତଳେ ଘଟିଯାଇଥିବା ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାରେ ବିରୋଧଙ୍କ ଆନ୍ଦୋଳନ, ପରିବାରର ଅଭିଯୋଗ ଇତ୍ୟାଦିକୁ ବିଚାର କରି ସରକାର କ୍ରାଇମ୍ ବାଂଚ୍ ତଦନ୍ତ ପାଇଁ ଦେଇଥିବାରୁ ସାଗତ ଯୋଗ୍ୟ ବୋଲି ଅଉଖମା ଗ୍ରାମବାସୀ ଜଣାଇଛନ୍ତି ।
 ଅଧ୍ଯକ୍ଷ, ଅଧ୍ୟାପକ, ଆସିସି ସଦସ୍ୟଙ୍କ ସମର୍ଥନ, ପୋଲିସ୍‌ର ନିରବତା, ସହ‌ପାଠୀଙ୍କର ତାଚ୍ଛଲ୍ୟ ମୃତ୍ୟୁ ପାଇଁ ଦାୟୀ ଏକଥା ନିରାଟ ସତ୍ୟ । ସୌମ୍ୟାଶ୍ରୀଙ୍କ ବକ୍ତବ୍ୟ ଥିଲା ଯେ, ବହୁ ଆଗରୁ ଅତିରିକ୍ତ ଏସ୍.ପି. ନିରଞ୍ଜନ ବେହେରା ଏବଂ ଇନିସେକ୍ଟର ମୁର୍ମୁଙ୍କୁ ଲିଖିତ ଅଭିଯୋଗ ଦେବା ଘଟଣାଟି ମଧ୍ୟ ସତ୍ୟ । ଆଇସିସି କମିଟି ବୈଠକରେ ପ୍ରିନ୍‌ସିପାଲଙ୍କ ରୁମ୍‌ରେ ଉପରୋକ୍ତ ଦୁଇ ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ମଧ୍ୟ ସୌମ୍ୟାଶ୍ରୀଙ୍କୁ ଧମକ ଚମକ ଦେବା ଘଟଣାରେ ପୋଲିସ୍‌ର ନିରବତା ସୌମ୍ୟାଙ୍କ ଆତ୍ମହତ୍ୟାର ପ୍ରମୁଖ କାରଣ ବୋଲି ଅଉଖମା ଗ୍ରାମବାସୀ ସୂଚାଇଛନ୍ତି । ପୋଲିସ୍ ଅଧୁକାରୀଙ୍କୁ ଏହି କାରଣରୁ ଅଦ୍ୟାବଧୂ ଆରେଷ୍ଟ ନକରିବା ସରକାରଙ୍କର ଅପାରଗତା ବୋଲି ଜଣାଇଛନ୍ତି । ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଗତ ୦୪.୦୬.୨୦୨୫ ରିଖରେ ଢେଙ୍କାନାଳ ମହିଷାପାଟ ବୈଠକ ପୂର୍ବରୁ ମଙ୍ଗଳପୁର ଠାରେ ସ୍ପୋର୍ଟସ୍ କଂପ୍ଲେକ୍ସ ଶୁଭ ଦେବା ସମୟରେ ଅଉଖମା ଗ୍ରାମବାସୀମାନେ ଉପରୋକ୍ତ ଅତିରିକ୍ତ ଏସ୍.ପି. ନିରଞ୍ଜନ ବେହେରାଙ୍କ ଗ୍ରାମରେ ଗରିବ ଜନସାଧାରଣଙ୍କ ଉପରେ କରି ଆସୁଥିବା ଗୁଣ୍ଡାଗିରି ଓ ମିଛ କେଶ୍ ସଂପର୍କରେ ଏକ ଲିଖୁତ ଅଭିଯୋଗ କରିଥିଲେ । ଅଦ୍ୟାବଧୂ ତା'ର କୌଣସି ସନ୍ତୋଷ ଜନକ ଉତର ମିଳିନାହିଁ । ତେଣୁ ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ଅତିରିକ୍ତ ଏସ୍‌ପି ନିରଞ୍ଜ ବେହେରାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଉଖମା ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ର ସମୟରେ ସରୋଜ କୁମାର ମହାପାତ୍ର, ପ୍ରମୋଦ ବେହେରା, ହିମାଂଶୁ ଶେଖର ମହାପାତ୍ର, ମୁନା ସାହୁ, ନାରଣ ବେହେରା, ଧନେଶ୍ଵର ସାହୁ, ଲମ୍ବୋଦର ମହାପାତ୍ର, ସନ୍ତୋଷ ବାରିକ, ନିରାକାର ସାହୁ ଓ ଜୟକୃଷ୍ଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଶୁଭମ ପାଣି, ଢେଙ୍କାନାଳ ବ୍ୟୁରୋ 
ଧନୁଷ ଏକ୍ସପ୍ରେସ 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ତରଫରୁ ଦୁଇ ଦିନ ହେଲା ମୁଖ୍ୟ ରାସ୍ତା ରେ ଧାରଣା ବସି ରହିଛନ୍ତି!