ହାଟ ମଝିରେ ଅଟକିଲା ଲକ୍ଷ୍ମୀ ବସ୍।
ନରସିଂହପୁର: କଟକ ନରସିଂହପୁର ରେ ଆଜି ସକାଳ ୬ ଟା ସମୟରେ ନରସିଂହପୁର ଲକ୍ଷ୍ମୀ ବସ କମଳାଡିହରୁ ନରସିଂହପୁର ଆସୁଥିବା ସମୟରେ ହଠାତ୍ ହାଟ ଛକ ଠାରେ ଅଚଳ ହୋଇଯାଇଥିଲା ଲକ୍ଷ୍ମୀ ବସ୍
ଫଳରେ ୬୦ ରୁ ଉର୍ଦ୍ଧ୍ୱ କଲେଜ୍ ଛାତ୍ରଛାତ୍ରୀ ଓ ଜନସାଧାରଣ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଲେ । କଣ୍ଡକ୍ଟର ଗୋଟେ କିଲୋମିଟର ଆଗକୁ ଆସି ଏକ ନିଛାଟିଆ ଜାଗାରେ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କ ଠାରୁ ପଇସା ଆଦାୟ କରିବାର ଦୃଶ୍ୟ ଦେଖା ଦେଇଥିଲା ।ସେପଟେ ହାଟ ଛକ ଠାରେ ଅଚଳ ହୋଇଥିବା ସରକାରୀ ଲକ୍ଷ୍ମୀ ବସ ରାସ୍ତା ମଝିରେ ଥିବାରୁ ଗାଡ଼ି ମଟର ଓ ଗମନାଗମନା ଅସୁବିଧା ହେବାରୁ ଶେଷରେ ଜନସାଧାରଣମାନେ ପ୍ରାୟ ୫୦୦ ମିଟର ପେଲି ପେଲି ନେଇଥିଲେ ।ପ୍ରାୟ ଦୁଇ ଘଂଟା ପରେ ଗମନାଗମନ ସ୍ଵାଭାବିକ ହୋଇଥିଲା ।ଏହାକୁ ଜନସାଧାରଣ ଦୃଢ ନିନ୍ଦା କରିଛନ୍ତି ।ନରସିଂହପୁର ପ୍ରଶାସନ ଏହାର ରକ୍ଷଣାବେକ୍ଷଣ କରୁନଥିବା ନେଇ ଅଭିଯୋଗ କରିଛନ୍ତି ।ବାରମ୍ବାର ଲକ୍ଷ୍ମୀ ବସ୍ ଖରାପ ହେଉଥିବାରୁ ଏହାକୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି ।
( ଧନୁଷ ଏକ୍ସପ୍ରେସ )
Comments
Post a Comment