ଖୋର୍ଦ୍ଧା ଜିଲ୍ଲା ରେ ସାମ୍ବାଦିକ ଙ୍କୁ ଆକ୍ରମଣ।

ଖୋର୍ଦ୍ଧା ୩/୮ : ଗତ ମେ, ମାସରେ ଜଣେ  ନା-ବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ନାଚୁଣୀ ଥାନାରେ ଅଭିଯୋଗ ହୋଇଥିବା ବେଳେ l ଅଭିଯୋଗକୁ ନେଇ ଗମ୍ଭାରୀମୁଣ୍ଡା ଅଂଚଳର ଧରିତ୍ରୀ ଖବର କାଗଜ ସାମ୍ବାଦିକ ଦିଲ୍ଲୀପ ସ୍ୱାଇଁ   ଧରିତ୍ରୀ ପତ୍ରିକାରେ ଖବର ପ୍ରସାରଣ କରିଥିଲେ।

 ଧରିତ୍ରୀ ପେପରରେ ଖବର ନକରିବା ନିମନ୍ତେ ଖଜୁରିଆ ଗ୍ରାମର ସୌମ୍ୟ ରଞ୍ଜନ ସାମନ୍ତରାୟ ( ଟୁଟୁ ) ନାମକ ବ୍ୟକ୍ତି ବନ୍ଦ କରିଥିଲେ ବି ତାହାକୁ ଖାତିର ନକରି ନିୟୁଜ କରିଥିବା ରୁ ଏହାକୁ ନେଇ ଦିଲୀପଙ୍କୁ ମାରିବାନିମନ୍ତେ   ସୁଯୋଗ ଖୋଜୁଥିଲେ  l ଗତକାଲି ରାତିରେ ଦିଲ୍ଲୀପ ନିଜର ଦୋକାନଟିକୁ  ବନ୍ଦ କରୁଥିବା ବେଳେ 
 ହଠାତ ଖଜୁରିଆ ଗ୍ରାମର ସୋମ୍ୟ ରଞ୍ଜନ ସାମନ୍ତରାୟ ଓ ତାଙ୍କ ସହିତ ଆସିଥିବା ଆଉ ଚାରିଜଣ ଯୁବକ  ଦିଲୀପଙ୍କ ତଣ୍ଟିକୁ ଚିପି ମାରଣାତ୍ମକ ଆକ୍ରମଣ କରିଥିଲେ l ଏବଂ ଦିଲୀପଙ୍କ ବେକରୁ ଏକ ସୁନା ଚେନ ଚିଣ୍ଡାଇ ନେଇଯିବା ସହ l ମାରିଦେବାକୁ ଚେଷ୍ଟା କରୁଥିବା ବେଳେ l ଗମ୍ଭାରୀମୁଣ୍ଡା ଓ ଘାସଡି ଗ୍ରାମର କିଛିଲୋକ ଘଟଣା ସ୍ଥଳରେ ପହଞ୍ଚି  l ସେମାନଙ୍କ କବଳରୁ ଉଧାରକରୀ  l ଚିକିତ୍ସା ନିମନ୍ତେ ପ୍ରଥମେ ଗମ୍ଭାରୀମୁଣ୍ଡା ସରକାରୀ ଡାକ୍ତରଖାନା ପରେ ପରେ ବାଣପୁର ସରକାରୀ ଡାକ୍ତରଖାନା ରେ ଭର୍ତ୍ତିକରିଥିଲେ l ସେଠାରେ ତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଗରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତରିତ କାରାଯାଇଛି l  ଏନେଇ ନାଚୁଣୀ ପୁଲିସିରେ ଅଭିଯୋଗ ପରେ  ନାଚୁଣୀ ପୋଲିସ 228/25 ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି l ତେବେ ଦିଲ୍ଲୀପଙ୍କ ଭାଇ  ପ୍ରଦୀପ ସ୍ୱାଇଁ ଚିଲିକା ନିର୍ବାଚନ ମଣ୍ଡଳୀର ଜଣେ ଜଣାଶୁଣା କଂଗ୍ରେସ ଲିଡର ହୋଇଥିବା ବେଳେ  ଅନ୍ୟମାନେ ଆଉଏକ ଜାତୀୟ ଦଳର ବୋଲି ସାଧାରଣରେ ଆଲୋଚନା ଧରିଛି l ଅନ୍ୟ ପକ୍ଷରେ  ଏହାକୁ ନେଇ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ବେଳେ  ଚିଲିକା ପ୍ରେସକ୍ଲବ, ଚିଲିକା ରିପୋଟର ଅଶୋସେନ  ଓ ଅନ୍ୟାନ୍ୟ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯିବାସହ  ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନିମନ୍ତେ ଦାବି ହେଉଛି l 

ସୂର୍ଯ୍ୟକାନ୍ତ ଦଳାଇ, ଖୋର୍ଦ୍ଧା ବ୍ୟୁରୋ 
ଧନୁଷ ଏକ୍ସପ୍ରେସ 

Comments

Popular posts from this blog

୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ।

ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି ।

କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ତରଫରୁ ଦୁଇ ଦିନ ହେଲା ମୁଖ୍ୟ ରାସ୍ତା ରେ ଧାରଣା ବସି ରହିଛନ୍ତି!