ବାଙ୍କୀ ତଳବସ୍ତ ରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ। Get link Facebook X Pinterest Email Other Apps August 03, 2025 ବାଙ୍କୀ ୩/୮:କଟକ ଜିଲ୍ଲା ଡମପଡ଼ା ବ୍ଲକ୍ ଅନ୍ତର୍ଗତ ତାଳବସ୍ତ ଶ୍ରୀରାମ କମିଟି ଓ ସତ୍ ସଙ୍ଗ ଆନୁକୁଲ୍ୟରେ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ। ରାଜେଶ କୁମାର ସାହୁ କଟକ ବ୍ୟୁରୋ ଧନୁଷ ଏକ୍ସପ୍ରେସ Get link Facebook X Pinterest Email Other Apps Comments
୧ କୁଇଣ୍ଟାଲ ଗଂଜେଇ ଜବତ. ୨ ଜଣ ବେପାରୀ ଗିରଫ। June 26, 2025 ବାଙ୍କୀ (ଧନୁଷ ଏକ୍ସପ୍ରେସ):- କଟକ ଜିଲ୍ଲା ବାଙ୍କି ପୋଲିସକୁ ମିଳିଲା ବଡ଼ ସଫଳତା.ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଲେ ଏସ ଡ଼ି ପି ଓ ବାଳକୃଷ୍ଣ କଅଁର .ଚୋର ଗଂଜେଇ ଚାଲାଣ ଖବର ପାଇଁ ପୋଲିସ ପକ୍ଷରୁ ହୋଇଥିଲା ବାଙ୍କୀ ବରପୁଟ ଅଂଚଳ ରେ ଚଢ଼ାଉ। ଘଟଣା ସ୍ଥଳ ରୁ ୧ କୁଇଣ୍ଟାଲ ଚୋର ଗଂଜେଇ ପୋଲିସ ଜବତ କରିଥିବା ବେଳେ ୨ ଜଣ ବ୍ୟବସାୟୀ କୁ ପୋଲିସ କରିଛି ଗିରଫ। ସେମାନଙ୍କ ନିକଟରୁ ଗୋଟିଏ ମାରୁତି ଏଟିକା ଗାଡି ମଧ୍ୟ ହୋଇଛି ଜବତ. ପୂର୍ବ ରୁ ପୋଲିସ ପାଖରେ ରହିଥିଲା ଏହାର ଖବର. ଜବତ ଗଂଜେଇ ଭୁବନେଶ୍ୱର ଅଂଚଳ କୁ ହେଉଥିଲା ଚାଲାଣ.ଜବତ ଗାଡି ନମ୍ବର ରହିଛି OD 02L0863.ଏ ସବୁ ଗଂଜେଇ କନ୍ଧମାଳ ଅଂଚଳ ରୁ ଆସୁଥିଲା ବୋଲି ପୋଲିସ ସୂତ୍ର ରୁ ପ୍ରକାଶ। ଗିରଫ ଗଂଜେଇ ବ୍ୟବସାୟୀ ଙ୍କ ଘର ତିଗିରିଆ ଅଂଚଳ. ଜଣଙ୍କ ନାମ ଅଭିବୁଲା ଖାଁ (ଗାଣ୍ଡୁ. ଅନ୍ୟଜଣଙ୍କ ନାମ ଲିପୁନା ବେହେରା (ଲିପୁ )। ପୋଲିସ ପକ୍ଷରୁ କେଶ ନମ୍ବର 217/25 ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଇତିଶ୍ରୀ ସାହୁ, କଟକ ବ୍ୟୁରୋ ଧନୁଷ ଏକ୍ସପ୍ରେସ Read more
ଆରମ୍ଭ ହୋଇ ଯାଇଛି ଚଳିତ ବର୍ଷ ର ପ୍ରଥମ ରବି ମଣ୍ଡି , ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଧାନ ଦବୁ ଭଲ ଟଙ୍କା ନବୁ ବୋଲି ଆଶା ରଖିଛନ୍ତି । May 16, 2025 ବାଙ୍କୀ ୧୬/୫ : ଜିଲ୍ଲା ବାଙ୍କୀ ଗୋପାଳ ପୁର ଗ୍ରାମ ପଞ୍ଚାୟତ ରେ ଥିବା ସେବା ସମବାୟ ସମିତି ରେ ଥିବା ରବି ଧାନ ଫସଲ ର ମଣ୍ଡି ପାଇଁ ପଞ୍ଜୀକୃତ କରିଥିବା ଚାଷୀ ସେବା ସମବାୟ ସମିତି ରେ ଧନ ଦବା ପାଇଁ ଆଶା ପ୍ରକଟ କରିଛନ୍ତି । ଚଳିତ ବର୍ଷ ୨୦୨୫ର ରବିଧାନ ମଣ୍ଡି ଆରମ୍ୱ ହୋଇଛି ,।ପୂଜା ଅର୍ଚ୍ଚନା କରି ବାଙ୍କି ର ବିଧାୟକ ଶ୍ରୀଯୁକ୍ତ ଦେବିରଞ୍ଜନ ତ୍ରିପାଠୀ ଙ୍କ ଦ୍ଵାରା ଉଦ୍ଘାଟନ ଆରମ୍ଭ ହୋଇଥିଲା ମଣ୍ଡି । ଚାଷୀ ମାନେ ସରକାର ଙ୍କ ନିଷ୍ପତିକୁ ସ୍ଵାଗତ ଜଣାଇ ଭଲ ଉନ୍ନତ ମାନର ଧାନ ଦବା ସହିତ ୩୧୦୦ ଟଙ୍କା ପାଇବା ପାଇଁ ଆଶା ରଖିଛନ୍ତି ,ବହୁ ବିଳମ୍ବ ରେ ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ସମବାୟ ସମିତି ର ସଭାପତି, ଓ ଡାଇରେକ୍ଟର , ସମିତି ର ସମ୍ପାଦକ ସମବାୟ ସମିତି ର ସମ୍ପାଦକ ସମସ୍ତ ସଭ୍ୟ ଚାଷୀ ଉପସ୍ଥିତ ରହି ଆରମ୍ୱ ହୋଇଥିଲା ଏ ବର୍ଷ ର ପ୍ରଥମ ରବି ମଣ୍ଡି । ସରକାରୀ ନିବନ୍ଧକ ସମବାୟ ସମିତି ସମୂହ ସୁରେନ୍ଦ୍ର କୁମାର ଜେନା ତଦାରଖ କରିଥିଲେ । ରାଜେଶ୍ କୁମାର ସାହୁ, କଟକ ବ୍ୟୁରୋ ( ଧନୁଷ ଏକ୍ସପ୍ରେସ) Read more
କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ତରଫରୁ ଦୁଇ ଦିନ ହେଲା ମୁଖ୍ୟ ରାସ୍ତା ରେ ଧାରଣା ବସି ରହିଛନ୍ତି! July 09, 2025 କେନ୍ଦ୍ରାପଡ଼ା : ବିଗତ ଦିନରେ ଡ୍ରାଇଭରଙ୍କ ବିଭିନ୍ନ ସମସ୍ୟା ନେଇ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ହେଲେ ଗୋଟିଏ ସମସ୍ୟାର ସମାଧାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ୟାର ସମାଧାନ କଲେ ନାହିଁ ସରକାର । ଆହୁରି ୭ଟି ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପୁଣି ସରକାରଙ୍କୁ ଗୁହାରୀ କଲୁ । ହେଲେ କିଛି ଫଳ ମିଳିଲା ନାହିଁ। ଗତ ମାର୍ଚ୍ଚ ୨୯ରୁ ୬ ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଶାନ୍ତି ପୂର୍ଣ ଧାରଣା ଦେଇଥିଲୁ। ତଥାପି ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ଫଳରେ ଡ୍ରାଇଭରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଚଳିତ ମାସରେ ସରକାର ସେମାନଙ୍କ ସମସ୍ୟାର ସମାଧାନ ନ କରିବାରୁ ସେମାନେ ନଅ ଗୋଟି ବ୍ଲକ ର ଡ୍ରାଇଭରମାନେ ୮ ତାରିଖଠାରୁ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ରେ ବସିଛନ୍ତି! କେନ୍ଦ୍ରାପଡ଼ା ଡ୍ରାଇଭର ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଡ୍ରାଇଭର ସଂଘ ପକ୍ଷରୁ ଏ ସମ୍ପର୍କିତ ଏକ ଦାବିପତ୍ର କଲେକଟର, ସ୍ଥାନୀୟ ଥାନା,ଗୋଷ୍ଠୀ ଉନୟନ ଅଧିକାରୀ, ସରପଞ୍ଚ ତହସିଲ କାର୍ଯ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନକୁ ପ୍ରଦାନ କରିଛନ୍ତି। ସେହି ସମୟ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ସେଥିପାଇଁ ସରକାର୍ ଦାୟୀ ରହିବେ ବୋଲି ସଂଘ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଏଇ କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡ଼ା ,ଜିଲ୍ଲା ର ସଭାପତି -(ରଞ୍ଜନ ଦାସ)... Read more
Comments
Post a Comment